VIDEO
ଏମିତି ଏକ ପ୍ରାଥମିକ ବିଦ୍ୟାଳୟ ଅଛି, ଯାହାକୁ ବର୍ଣ୍ଣନା କରିବା ଆମପକ୍ଷେ ସମ୍ଭବ ନୁହେଁ, ବରଂ ଏହି ବିଦ୍ୟାଳୟ ଠାରୁ ଶିଖିବା କଥା । ଏହି ବିଦ୍ୟାଳୟ ଯିବାକୁ ହେଲେ ନର୍ଲା ବ୍ଲକ ରୁ ଦୀର୍ଘ 8 କିମି ଦୂରରେ ଥିବା ବଲବସପୁର ଗ୍ରାମର ଭାଟିପଡା ନୂତନ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ, ଏହି ବିଦ୍ୟାଳୟ 26-08-2010 ମସିହା ରେ ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ଏବଂ ଗାଁ ଲୋକଙ୍କ କଠିନ ପ୍ରଚେଷ୍ଟାରେ ମଦ ଭାଟି କୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ସ୍କୁଲ ଖୋଲିଥିଲେ ,ସେହିଦିନଠାରୁ ମଦମୁକ୍ତ ଅଞ୍ଚଳ ଘୋଷିତ କରିଥିଲେ,ଏହି ବିଦ୍ୟାଳୟ ର ସ୍କୁଲ ଶିକ୍ଷା କମିଟି ସଭାପତି ଏବଂ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ ତ୍ରିପାଠୀ ଓ ସହ ଶିକ୍ଷୟିତ୍ରୀ ଙ୍କ କଠିନ ପରିଶ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ପ୍ରୟାସ ଜାରି ରଖିଛନ୍ତି,ଏହି ବିଦ୍ୟାଳୟ ର ସୁସ୍ଥ ପରିବେଶ ଓ ପାନୀୟଜଳ ର ସୁବ୍ୟବସ୍ଥା ତଥା ଶିକ୍ଷଣ ଓ ସହ ଶିକ୍ଷଣ ଦ୍ଵାରା ଶିକ୍ଷାଦାନ ବ୍ୟବସ୍ଥା ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ,ଏହି ବିଦ୍ୟାଳୟ ର ଚାରିପଟେ ବିଭିନ୍ନ ପ୍ରକାର ଫୁଲ ,ଫଳ,ଗଛ ସହିତ ପନିପରିବା ଚାଷର ଦୃଶ୍ୟ ଦେଖିବାକୁ ମିଳିଥିଲା,ସ୍ୱଚ୍ଛ ଭାରତ ମିଶନ, ମୋ ସରକାର ଯୋଜନା କାର୍ଯ୍ୟକାରୀ ହୋଇଥିବା ଦେଖିବାକୁ ମିଳିଥିଲା,ଏହି ସ୍କୁଲ ର ଛାତ୍ରଛାତ୍ରୀ ମାନେ ମେଧାବୀ ଥିବାବେଳ,ବର୍ଷ କୁ 3 ରୁ 4 ଜଣ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟ ରେ ପଢିବା ପାଇଁ କୃତିତ୍ୱ ହୁଅନ୍ତି ,ଗାଁ ଲୋକେ କହନ୍ତି ରଞ୍ଜନ ତ୍ରିପାଠୀ ଙ୍କ ଭଳି ଶିକ୍ଷକ ପାଇଁ ଆମେ ଭାଗ୍ୟବାନ ମନେକରୁଛୁ,ତାଙ୍କର ଶିକ୍ଷାଦାନ ଏବଂ ଜଟିଳ ଶବ୍ଦ ର ବ୍ୟାଖ୍ୟା ସହଜରେ ଶିକ୍ଷାଲାଭ କରିଛନ୍ତି ଛାତ୍ରଛାତ୍ରୀ ମାନେ ।
#odishatimes,#odisha time,#kalahandi news,#odisha news,#Narla,Bhatipada school of balbaspur village of Narla block is a ideal school of Kalahandi district,
0 Comments